ଅତ୍କଳ ଭାରତୀୟ ସୈନିକ ସ୍କୁଲ ହକି ଟୁର୍ଷମେଣ୍ଟରେ ସୈନିକ ସ୍କୁଲ ଭୁବନେଶ୍ଵର ଚମ୍ପିଆନ୍, ବାଳିକା ବିଭାଗରେ ସୈନିକ ସ୍କୁଲ ସମ୍ବଲପୁର ଚମ୍ପିଆନ୍, ସୈନିକ ସ୍କୁଲ ବିଜାପୁର ଓ ସୈନିକ ସ୍କୁଲ ଘୋରାଖାଲ୍ ରନର୍ସଅଫ୍ ହେଲେ ।

ସୈନିକ ସ୍କୁଲ ଭୁବନେଶ୍ଵର ଦ୍ବାରା ଆୟୋଜିତ ଅତ୍କଳ ଭାରତୀୟ ସୈନିକ ସ୍କୁଲ ଅନ୍ତଃ ଗ୍ରୁପ୍ ହକି ପ୍ରତିଯୋଗିତା- ୨୦ ୨୬ ଅତ୍ୟନ୍ତ ଉତ୍ସାହ ଉଦ୍ଦିପନାର ସହ ସମାପନ ହୋଇଯାଇଅଛି । ଉକ୍ତ ସମାପନୀ ଉତ୍ସବରେ କମୋଡର ବିକ୍ରମ ସିଂହ ଡେପୁଟି ଡାଇରେକ୍ଟର ଜେନେରାଲ, ଏନ.ସି.ସି. ଡାଇରେକ୍ଟରେଟ୍ ଓଡ଼ିଶା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଭାରତର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ସମସ୍ତ ସୈନିକ ସ୍କୁଲ କେଡେଟ୍ ମାନଙ୍କୁ ତାଙ୍କର ଉକୃଷ୍ଟ ଖେଳୁଆଡ଼ ମନୋଭାବ, ଶୃଙ୍ଖଳା ଓ ସେମାନଙ୍କ ଦଳଗତ ଉତ୍ତମ କାର୍ଯ୍ୟଲାଗି ଭୂୟଶୀ ପ୍ରଶଂସା କରିବା ସହ ବିଜେତା ମାନଙ୍କୁ ପୁରସ୍କୃତ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ସିନିଅର ବାଳକ ବିଭାଗରେ ସୈନିକ ସ୍କୁଲ ଭୁବନେଶ୍ଵର ଚମ୍ପିଆନ ହୋଇଥିବା ବେଳେ ସୈନିକ ସ୍କୁଲ ବିଜାପୁର ରନର୍ସଅପ୍, ସିନିଅର ବାଳିକା ବିଭାଗରେ ସୈନିକ ସ୍କୁଲ ସମ୍ବଲପୁର ଚମ୍ପିଆନ୍ ହୋଇଥିବାବେଳେ ସୈନିକ ସ୍କୁଲ ଘୋରାଖାଲ ରନର୍ସଆପ୍ ହୋଇଥିଲେ । ଜୁନିଅର ବାଳକ ବିଭାଗରେ ସୈନିକ ସ୍କୁଲ ପୁରୁଲିଆ ଚମ୍ପିଆନ ଓ ସୈନିକ ସ୍କୁଲ ସିଲଭାସା ରନର୍ସଅପ୍ ହୋଇଥିଲେ । ପଦ୍ମଶ୍ରୀ ଡ. ଦିଲିପ୍ ତିର୍କୀ ହକି ଇଣ୍ଡିଆର ପ୍ରେସିଡେଣ୍ଟ୍ କଳିଙ୍ଗ ଷ୍ଟାଡିୟମ୍ ଠାରେ ଫାଇନାଲ୍ ଖେଳରେ ଉପସ୍ଥିତ ରହି ସମସ୍ତ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ସୈନିକ ସ୍କୁଲ ଭୁବନେଶ୍ଵରର ସିନିଅର ବିଭାଗର ଖେଳାଳିମାନଙ୍କୁ ସେମାନଙ୍କର ଉକୃଷ୍ଟ ଖେଳ ପ୍ରଦର୍ଶନର ଭୂୟସୀ ପ୍ରଶସା କରିଥିଲେ । ଶ୍ରୀ ମଧୁସୂଦନ ପାଢ଼ୀ (ଆଇ.ଏ.ଏସ୍.) ରିଟାର୍ଡ, ମୁଖ୍ୟ ନିର୍ବାଚନ କମିଶନର ଓଡ଼ିଶା ସୈନିକ ସ୍କୁଲର ସମସ୍ତ ପୁରାତନ ଛାତ୍ରଗଣ ଓ ଅଭିଭାବକ ଗଣ ଖେଳରେ ଉପସ୍ଥିତ ରହି ଖେଳାଳିମାନଙ୍କୁ ପ୍ରେରଣା ଯୋଗାଇଥିଲେ ।କର୍ଣ୍ଣଲ ପଙ୍କଜ କୁମାର ପ୍ରିନ୍ସିପାଲ ସୈନିକ ସ୍କୁଲ ଭୁବନେଶ୍ଵର, କମାଣ୍ଡର ମନୋରମା ପୋଖରୀଆ, ଭାଇସ୍ ପ୍ରିନ୍ସିପାଲ, ଲେ.କର୍ଡଲ୍ ପ୍ରିତମ୍ କାମ୍ବେଲେ, ମୁଖ୍ୟ ପ୍ରଶାସକ ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସମସ୍ତ ଖେଳର ଆୟୋଜନ କରିବା ସହ ଖେଳାଳି ମାନଙ୍କର ମନୋବଳ ବଢ଼ାଇଥିଲେ ।

ସୈନିକ ସ୍କୁଲ ଭୁବନେଶ୍ଵର, ସୈନିକ ସ୍କୁଲ ସମ୍ବଲପୁର ଏବଂ ସୈନିକ ସ୍କୁଲ ପୁରୁଲିଆ ଆଗକୁ ହେବାକୁଥିବା ନେହୁରୁ କପ୍ ହକି ଟୁର୍ଣ୍ଣାମେଣ୍ଟରେ ସିନିଅର ଓ ଜୁନିଅର ବିଭାଗରେ ଖେଳିବାପାଇଁ ମନୋନିତ ହୋଇଛନ୍ତି । ପରିଶେଷରେ କର୍ଣ୍ଣଲ ପଙ୍କଜ କୁମାର ବିଭିନ୍ନ ସ୍କୁଲରୁ ଆସିଥିବା ଟିମ୍, ଅଫିସିଆଲବ୍ଧ, ସମସ୍ତ ଅତିଥ୍ ଓ ସୈନିକ ସ୍କୁଲର ସମସ୍ତ କର୍ମଚାରୀଙ୍କୁ ସେମାନଙ୍କର ଉକୃଷ୍ଟ ସହଯୋଗ ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ, ଭୁବନେଶ୍ୱର ରୁ ସ୍ବର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ,,,,,

Leave a Reply

Your email address will not be published. Required fields are marked *

error: Content is protected !!