୧୩୪ ଟି ଭର୍ତ୍ତି ଜରି ବସ୍ତା ଛାଡ଼ି ଜଙ୍ଗଲକୁ ଚମ୍ପଟ ମାରିଲା ଗଞ୍ଜେଇ ମାଫିଆ |

କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧୂକ୍ଷକଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ପକ୍ଷରୁ ସାରଙ୍ଗଗଡ଼-ରାଇକିଆ ଛକ ନିକଟ କୁରୁମୁଲି ଜଙ୍ଗଲରେ ପୋଲିସ ଦଳ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଗଞ୍ଜେଇ ଚାଲାଣ କରିବା ପାଇଁ ଅପେକ୍ଷା କରିଥିବା ବେଳେ ପୋଲିସ ଗାଡିକୁ ଦେଖି ଚମ୍ପଟ ମାରିଥିବା ସୂଚନା ମିଳିଛି।ଉକ୍ତ ଗଞ୍ଜେଇ ମାଫିଆ ୧୩୪ ଟି ଭର୍ତ୍ତି ଜରି ବସ୍ତା ଛାଡ଼ି ଜଙ୍ଗଲକୁ ଦୌଡ଼ିଥିଲା। ପରେ ପୋଲିସ ଦଳ ସହ ଥାନା ଅଧିକାରୀ ଆଶୁତୋଷ ଜେନା ସନ୍ଦେହ କରି ଉକ୍ତ ଅଖାକୁ ତନଖିବା ସମୟରେ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ଉକ୍ତ ଗଞ୍ଜେଇ କୁ ଜବତ କରି ମାଜିଷ୍ଟ୍ରେଟ ଭାବେ ବାଲିଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ରୁପକ କୁଜୁରଙ୍କ ଉପସ୍ଥିତିରେ ଅଖାରେ ଥ‌ିବା ୨୦୧୦ କେଜି ଗଞ୍ଜେଇ ଜବତ କରି କେଶ ନଂ. ୪୧/୨୬ ରେ ଏକ ମାମଲା ରୁଜୁ କରି ଏ ଘଟଣା ରେ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେ ନେଇ ଅଧିକ ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି । ଏଥିରେ ଥାନାର ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ ଓ ଦମୟନ୍ତୀ ବେହେରା,ଏଏସଆଇ ବାସୁଦେବ ପଣ୍ଡା ଙ୍କ ସମେତ ପୋଲିସ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!