ଅଲ୍ଲୁ ଅର୍ଜୁନଙ୍କ ପାଇଁ ଏମିତି ଲେଖିଲେ କିଙ୍ଗ୍ ଖାନ୍ |

ନୂଆଦିଲ୍ଲୀ : କିଙ୍ଗ୍ ଖାନ୍ ଶାହାରୁଖ ଖାନ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ସାଉଥ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ସମ୍ପର୍କରେ ଲେଖିଛନ୍ତି । ଜନ୍ମଦିନ ଅବସରରେ ଅଲ୍ଲୁ ନିଜର ଅପକମିଙ୍ଗ୍ ଫିଲ୍ମର ନାମ ଘୋଷଣା କରିଛନ୍ତି । ତାଙ୍କର ଆଗାମୀ ଫିଲ୍ମ ନାମ ହେଉଛି ‘ରାକା’ । ସେ ଏହି ଫିଲ୍ମର ପୋଷ୍ଟର ସେୟାର କରିଥିବାବେଳେ ଫ୍ୟାନ୍ସମାନେ ଏହାକୁ ଭଲ ପାଇବା ଦେଇଛନ୍ତି ।ଯେଉଁଥିରେ ବଲିଉଡର କିଙ୍ଗ ଖାନ ମଧ୍ୟ ତାଙ୍କର ପ୍ରଂଶସା କରିଥିବା ଦେଖିବାକୁ ମିଳିଛି ।

ଶାହରୁଖ ଆଲୁ ଅର୍ଜୁନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ଫିଲ୍ମ ବିଷୟରେ ତାଙ୍କର ଉତ୍ସାହ ପ୍ରକାଶ କରିଛନ୍ତି। SRK X ରେ ଲେଖିଛନ୍ତି, “ଜନ୍ମଦିନର ଶୁଭେଚ୍ଛା ଅଲ୍ଲୁ । ପୋଷ୍ଟରଟି ବହୁତ ଆକର୍ଷଣୀୟ ଏବଂ ଆଶ୍ଚର୍ଯ୍ୟଜନକ, ଠିକ୍ ତୁମ ପରି। ତୁମେମାନେ ଏକାଠି କ’ଣ ସୃଷ୍ଟି କରିଛ ତାହା ଦେଖିବାକୁ ଅପେକ୍ଷା କରିପାରୁନାହିଁ। ଅଟଲିଙ୍କ ଶବ୍ଦରେ କହିବାକୁ ଗଲେ, ମାସ ମାସ ମାସ ମାସ।”

ସେପଟେ “ରାକା” ନିର୍ଦ୍ଦେଶକ ଅଟଲି ମଧ୍ୟ ଶାହରୁଖଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି, “ଆପଣଙ୍କୁ ବହୁତ ଭଲପାଇବା, ସାର୍। ଆମେ ଆପଣଙ୍କୁ ଆହୁରି ଗର୍ବିତ କରିବୁ। ” “ରାକା” ଏକ ବଡ଼ ଫିଲ୍ମ। ରିପୋର୍ଟ ଅନୁଯାୟୀ, ଏହାର ବଜେଟ୍ ୮୦୦ କୋଟି । ଏଥିରେ ଦୀପିକା ନଜର ଆସୁଥିବାବେଳେ ଅଲଗା ଅନ୍ଦାଜରେ ନଜର ଆସିବେ ଅଲ୍ଲୁ

Leave a Reply

Your email address will not be published. Required fields are marked *

error: Content is protected !!