ଓଡ଼ିଶା ରାଜ୍ୟ ଆଇନ ଆୟୋଗଙ୍କ ବାର୍ଷିକ ରିପୋର୍ଟ ଓ ନୂତନ ୱେବ୍ ସାଇଟ୍ ଉନ୍ମୋଚିତ

– ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ଓ ଅଭିମୁଖ୍ୟ ନେଇ ଓଡ଼ିଶା ରାଜ୍ୟ ଆଇନ ଆୟୋଗ ଗଠନ ପରିକଳ୍ପନା କରିଥିଲେ । ତାହାର ଏକ ବର୍ଷ ପୂର୍ତିି ସହ ରାଜ୍ୟ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ଲିପିବଦ୍ଧ ହୋଇ ରହିବ । ମଙ୍ଗଳବାର ଆଇନ ଆୟୋଗ ଗଠନର ଏକ ବର୍ଷ ପୂର୍ତି ଅବସରରେ ଆୟୋଜିତ ଉତ୍ସବରେ ଯୋଗଦେଇ ଆଇନ, ପୂର୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ଯେ ଦେଶ ସ୍ୱାଧୀନତାକୁ ଅନେକ ବର୍ଷ ବିତିଥିଲେ ମଧ୍ୟ ଅନେକ ଅଦରକାରୀ ଆଇନ ଏବେ ବି ବଳବତର ରହିଛି ।ତେବେ ମଧ୍ୟସ୍ଥତା ଆଇନ ପ୍ରଣୟନ, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ଆଦିର ପ୍ରଣୟନ ଆଜି ଯୁଗୋପଯୋଗୀ ସାବ୍ୟସ୍ତ ହୋଇଛି ।

ସେହିପରି ଓଡ଼ିଶା ରାଜ୍ୟ ଆଇନ ଆୟୋଗ ଗଠନ ପରେ ୨୮୮ଟି ଅଦରକାରୀ ଆଇନ ପ୍ରତ୍ୟାହର ସହ ୮ଟି ପ୍ରମୁଖ ଆଇନ ସଂଶୋଧନ ପାଇଁ ପ୍ରସ୍ତାବ ଆସିଛି । ଏହା ଆଇନ ବ୍ୟବସ୍ଥାରେ ସୁଧାର ଆଣିବା ସହ ବିକଶିତ ଓଡ଼ିଶା ଗଠନ ସ୍ୱପ୍ନକୁ ପୂରଣ କରିବା ସହ ଓଡ଼ିଆ ଅସ୍ମିତାକୁ ଏକ ନୂଆ ଦିଗ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ । ସେ କହିଥିଲେ ଯେ ଏହି ୱେବ୍ ସାଇଟ୍ ପାରଦର୍ଶିତା ସୁନିଶ୍ଚିତ କରିବ ଏବଂ ଆଇନ ସଂଶୋଧନରେ ସାଧାରଣ ଲୋକଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହନ ଦେବ । ଏଥି ସହିତ ଏହା ରାଜ୍ୟ ଆଇନଗୁଡ଼ିକର ଆଧୁନିକୀ କରଣକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ । ସେହିପରି ବାର୍ଷିକ ରିପୋର୍ଟ ହେଉଛି ଆୟୋଗର ସତ୍ୟନିଷ୍ଠ ପ୍ରୟାସ ଏବଂ ସମର୍ପଣର ପ୍ରତିଫଳନ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଉଲ୍ଲେଖ କରିଥିଲେ । ଏହି ଅବସରରେ ମନ୍ତ୍ରୀ ମନ୍ତ୍ରୀ ଶ୍ରୀ ହରିଚନ୍ଦନଜ ଓଡ଼ିଶା ରାଜ୍ୟ ଆଇନ ଆୟୋଗଙ୍କ ବାର୍ଷିକ ରିପୋର୍ଟ ଓ ନୂତନ ୱେବ୍ ସାଇଟ୍

Leave a Reply

Your email address will not be published. Required fields are marked *

error: Content is protected !!