ଗୁରୁଗ୍ରାମ: ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ବୁଧବାର ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଆଡମିଟ ହୋଇଛନ୍ତି। ଏକ ସର୍ଜରୀ ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜାନୁୟାରୀରୁ ଏପର୍ଯ୍ୟନ୍ତ ସୋନିଆ ୩ ଥର ହସ୍ପିଟାଲରେ ଭର୍ତ୍ତି ହେଲେଣି। ଏହା ପୂର୍ବରୁ ମାର୍ଚ୍ଚ ମାସରେ ସୋନିଆଙ୍କୁ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସେତେବେଳେ ତାଙ୍କ ପେଟରେ ସଂକ୍ରମଣ ସମ୍ପର୍କିତ ସମସ୍ୟାର ଉପଚାର କରାଯାଇଥିଲା। ଏହା ପୂର୍ବରୁ ଜାନୁୟାରୀ ମାସରେ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହେବା ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ଦିଲ୍ଲୀ ଅତ୍ୟଧିକ ଶୀତର ପ୍ରକୋପ ଓ ପ୍ରଦୂଷଣ ଜନିତ କାରଣରୁ ସେ ଅସୁସ୍ଥ ହୋଇପଡିଥିଲେ। ୭୯ ବର୍ଷ ବୟଷ୍କା ସୋନିଆ ଗାନ୍ଧି ଏବେ ରାଜସ୍ଥାନରୁ ରାଜ୍ୟସଭା ସାଂସଦ ଅଛନ୍ତି।
