ଆଜି ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗରଦପୁର ବ୍ଲକର କଳାବୋଦା ପଞ୍ଚାୟତରେ ଏସ୍ଆଇଆର କାର୍ଯ୍ୟକାରିତା ସଂପର୍କରେ ଏକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଦଳର ମୁଖପାତ୍ର ତୁମ୍ବନାଥ ପଣ୍ଡା, ବୁଥ୍ ସ୍ତରରୁ ଆସିଥିବା ସମସ୍ତ ବିଏଲଏଙ୍କୁ ଏସ୍ଆଇଆର ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । କେନ୍ଦ୍ରାପଡା ଜିଲ୍ଲା ସଭାପତି ଶିବପ୍ରସାଦ ଭୋଳ, ବରିଷ୍ଠ ନେତା ପ୍ରମୋଦ ରଥ, ପ୍ରମୋଦ ସାମଲ, ସତ୍ୟାନନ୍ଦ ରାଉତ, ଏଲିଜା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲା ବେଳେ ରାଜେଶ ଦାସ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।
