ଜଗତସିଂହପୁର ଜିଲ୍ଲାବାସୀ ଙ୍କ ଦୀର୍ଘଦିନର ସ୍ବପ୍ନ ପୂରଣ କରିଛନ୍ତି ମୋହନ ସରକାର l

ଜଗତସିଂହପୁର ଜିଲ୍ଲାବାସୀ ଙ୍କ ଦୀର୍ଘଦିନର ସ୍ବପ୍ନ ପୂରଣ କରିଛନ୍ତି ମୋହନ ସରକାର l ଯାହାକୁ ନେଇ ସମଗ୍ର ଜିଲ୍ଲାରେ ମୋହନ ସରକାରଙ୍କ ଗୁଣଗାନ କରିବା ସହିତ ବାଜା ବଜାଇ, ବାଣଫୁଟାଇ, ମିଠା ବାଣ୍ଟି ଉତ୍ସବ ମନାଇଛନ୍ତି l ଚଳିତ ବଜେଟ ରେ ଜଗତସିଂହପୁର ଜିଲ୍ଲାପାଇଁ ଦୀର୍ଘଦିନ ଧରି ଜିଲ୍ଲାବାସୀ ଙ୍କ ତରଫରୁ ସରକାରୀ ଇଞ୍ଜିନିଅରିଙ୍ଗ କଲେଜ ସହିତ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ କରାଯାଇଥିବା ବହୁପ୍ରତିକ୍ଷୀତ ଦାବି ଆଜି ବଜେଟ ରେ ମୋହର ବାଜିଛି l ଜଗତସିଂହପୁର ଠାରେ ବିଶ୍ୱବିଦ୍ୟାଳୟ ନିର୍ମାଣ ହେବା ସହିତ ପାରାଦୀପ ଠାରେ ସରକାରୀ ଇଞ୍ଜିନିଅରିଙ୍ଗ କଲେଜ ନିର୍ମାଣ ପାଇଁ ମୋହର ବାଜିଛି l ଯାହା ବିଗତ ୨୪ ବର୍ଷର ବିଜେଡି ସରକାର ବିକାଶ ର ଡିଣ୍ଡିମ ପିଟି ସ୍ବପ୍ନ ଦେଖାଉଥିଲେ ତାହାକୁ ମୋହନ ସରକାର ପୂରଣ କରିଛନ୍ତି l ଯାହାଦ୍ୱାରା ଶିଳ୍ପର ହବ ପାଲଟିଥିବା ପାରାଦୀପ ଓ ଜଗତସିଂହପୁର ଜିଲ୍ଲା ର ବିଦ୍ୟାର୍ଥୀ ମାନେ ନିଜ ଜିଲ୍ଲାରେ ଶିକ୍ଷାଗ୍ରହଣ କରିବା ସହିତ ବାହାରକୁ ଯାଇ ଅତ୍ୟଧିକ ଖର୍ଚ୍ଚାନ୍ତ ରୁ ବଞ୍ଚିତ ହେବେ ବୋଲି କହିଛନ୍ତି ବିଜେପି କର୍ମୀ ଓ ନେତୃବୃନ୍ଦ l ଲୋକଙ୍କ ସରକାରର ଜଗତସିଂହପୁର ଜିଲ୍ଲାପାଇଁ ଏହି ଘୋଷଣା କୁ ଐତିହାସିକ ବୋଲି କହିବା ସହିତ ପାରାଦୀପ ନଗର ମଣ୍ଡଳ ବିଜେପି ତରଫରୁ ବଡ଼ପଡ଼ିଆ ଥାନାଛକ ଠାରେ ବାଜା, ବାଣ, ନାଚ ସହିତ ପରସ୍ପର ପରସ୍ପର କୁ ମିଠା ଖୁଆଇ ମୋହନ ସରକାରଙ୍କ ଗୁଣଗାନ କରିବା ସହିତ ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *

error: Content is protected !!