ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁର ସମୀକ୍ଷା କଲେ ଜିଲ୍ଲାପାଳ |

ଜିଲ୍ଲାପାଳଙ୍କ ସମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜାନୁଆରୀ ମାସରେ ହୋଇଥିବା ମାତୃ ଓ ଶିଶୁ ମୃତ୍ୟୁର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷାରେ ଜିଲ୍ଲାପାଳ ଶ୍ରୀ କର ମୃତ ମା ଏବଂ ଶିଶୁଙ୍କ ପରିବାର ସଦସ୍ୟଙ୍କ ସାଙ୍ଗରେ ମୃତ୍ୟୁର କାରଣ ବିଷୟରେ ପଚାରି ବୁଝିଥିଲେ। ତାଙ୍କ ସାଙ୍ଗରେ ଆସିଥିବା ଅଙ୍ଗନୱାଡ଼ି ଓ ଆଶା ଦିଦିଙ୍କୁ ଭିଏଚଏନଡି କିପରି କାର୍ଯ୍ୟ କରୁଛି ତାହା ପଚାରି ବୁଝି ଥିଲେ।ରକ୍ତ ଭଣ୍ଡାରରେ ରକ୍ତ ଗଛିତ ରଖିବା ଏବଂ ଆୟୁଷ୍ମାନ ଶିବିରରେ ରକ୍ତଦାନ କ୍ୟାମ୍ପ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଆଗାମୀ ଗ୍ରୀଷ୍ମ ଋତୁର ମୁକାବିଲା କରିବା ପାଈଁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ସବୁ ବ୍ଲକ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସର୍ବ ଶେଷରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରୁ ଆସିଥିବା ଡା. ପାଢ଼ୀ ଯାଜପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାରେ କ୍ରମାଗତ ଉନ୍ନତି ପାଈଁ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗକୁ ସାଧୁବାଦ ଓ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!