ଝାରସୁଗୁଡାରେ ବ୍ରାଉନ ସୁଗର ସହ ୫ ଗିରଫ |

ଝାରସୁଗୁଡା ପୁଲିସ ଦ୍ୱାରା ମାଦକଦ୍ରବ୍ୟ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ମିଳିଛି। ବ୍ରାଉନ ସୁଗାର ଚାଲାଣ ଓ ବିକ୍ରୟରେ ଜଡିତ ଥିବା ଏକ ଅନ୍ତର୍ଜିଲ୍ଲା ଗ୍ୟାଙ୍ଗକୁ ପୁଲିସ ଧରିପାରିଛି। ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ପୁଲିସ ତଥ୍ୟ ଅନୁସାରେ, ଝାରସୁଗୁଡା ସଦର ଥାନାରେ ଏହି ମାମଲା ରଜିଷ୍ଟର୍ ହୋଇଥିଲା। ଗୁପ୍ତ ସୂଚନାର ଆଧାରରେ ଏକ ବିଶେଷ ଦଳ ଗଠନ କରାଯାଇ ଅଭିଯାନ ଚାଲିଥିଲା। ଚଢ଼ାଉ ସମୟରେ ଅଭିଯୁକ୍ତମାନଙ୍କ ପାଖରୁ ବ୍ରାଉନ ସୁଗାର ସହ ଅନ୍ୟାନ୍ୟ ନିଷିଦ୍ଧ ମାଦକଦ୍ରବ୍ୟ ଜବତ ହୋଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ଶାହରୁଖ ଖାନ, ସାହିଲ ଖାନ, ସଲିମାନ ଖାନ, ଓ ଅନ୍ୟାନ୍ୟ ଦୁଇ ଜଣ। ସେମାନେ ଝାରସୁଗୁଡା ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ମାଦକଦ୍ରବ୍ୟ ଚାଲାଣ ଓ ବିକ୍ରୟ କରୁଥିବା ନେଟୱର୍କର ସହ ଜଡିତ ଥିବା ଜଣାପଡ଼ିଛି।
ସେମାନଙ୍କ ଠାରୁ ବ୍ରାଉନ ସୁଗାର, ନିଟ୍ରାଜେପାମ ଟାବଲେଟ, ୬ଟି ମୋବାଇଲ ଫୋନ, ନଗଦ ୨୦,୦୦୦ ଟଙ୍କା,
ଗ୍ଲାସ ଭାଇଲ ଓ ବ୍ୟାଗ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଏନ୍‌ଡିପିଏସ୍ ଆଇନ ଅନୁସାରେ କୋର୍ଟରେ ହାଜିର କରାଯାଇଛି। ଏହି ଘଟଣାରେ ଆହୁରି ତଦନ୍ତ ଚାଲିଥିବାବେଳେ ଅନ୍ୟାନ୍ୟ ଲୋକଙ୍କ ଜଡିତ ଥିବା ସନ୍ଦେହ ରହିଛି।

Leave a Reply

Your email address will not be published. Required fields are marked *

error: Content is protected !!