ଓଡ଼ିଆ ଯୁବଙ୍କ ମନ କିଣି ନେଲେ ବିଦେଶନୀ |

ପ୍ରେମ ଦେଖେ ନାହିଁ ଧନୀ କି ଗରୀବ ଜାତି କି ଧର୍ମ,ସାତଦରିଆ ପାରି ଆସି ଓଡ଼ିଆ ଘରର କୁଳବଧୂ ହେଲେ ବିଦେଶିନୀ। ପ୍ରେମର ଏକ ଅନନ୍ୟ କାହାଣୀ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ, ଯେଉଁଠାରେ ଜଣେ ଓଡ଼ିଆ ଯୁବକଙ୍କ ସହ ୟୁରୋପିଆନ୍ ଯୁବତୀଙ୍କ ପ୍ରେମ କାହାଣୀ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ଚାଲନ୍ତୁ ଦେଖିବା ଏହି ରୋମାଞ୍ଚକର ଲଭ୍ ଷ୍ଟୋରି ଉପରେ ଏକ ରିପୋର୍ଟ।ଦର୍ଶକ ବନ୍ଧୁ, ଏହା କୌଣସି ଫିଲ୍ମ କାହାଣୀ ନୁହେଁ, ବରଂ ସତ୍ୟ ଘଟଣା। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନୂଆଗାଁ ପଞ୍ଚାୟତର ଉହାଡ଼ ଗାଁର ଶୁକଦେବ ସେଠୀ, ଅଭାବୀ ପରିବାରର ଜଣେ ସାଧାରଣ ଯୁବକ। ଜୀବିକା ନିମନ୍ତେ ସେ ପହଞ୍ଚିଥିଲେ ମାଲଦୀପ୍ସ, ସେଠାରେ ଏକ ହୋଟେଲରେ ୱେଟର୍ ଭାବେ କାମ କରୁଥିଲେ।ସେଠାରେ ତାଙ୍କ ସମ୍ପର୍କ ହୋଇଥିଲା ଦୂର ୟୁରୋପର କ୍ରୋଏସିଆ ଦେଶର ପର୍ଯ୍ୟଟକ ଯୁବତୀ ତମରାଙ୍କ ସହ। ପ୍ରଥମ ଦେଖାରେ ଆଖିରେ ଆଖି ମିଶିବା ସହିତ ଆରମ୍ଭ ହୋଇଥିଲା ପ୍ରେମର ଏକ ନୂଆ ଅଧ୍ୟାୟ।
ମାଲଦୀପ୍ସରୁ ଫେରି ଯାଇଥିଲେ ମଧ୍ୟ ଭୁଲିପାରିନଥିଲେ ଏହି ପ୍ରେମକୁ। ହ୍ଵାଟସଆପ୍ ଜରିଆରେ ଆରମ୍ଭ ହୋଇଥିଲା କଥାବାର୍ତ୍ତା, ଯାହା ଧୀରେ ଧୀରେ ଗାଢ଼ ପ୍ରେମରେ ପରିଣତ ହୋଇଥିଲା।ସେଷରେ ସାତଦରିଆ ପାରି ଭାରତକୁ ଆସି, ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ଅଗ୍ନିକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧିଗଲେ ଦୁହେଁ।ବିଦେଶିନୀ ତମରା ଏବେ ଭାରତୀୟ ସଂସ୍କୃତିକୁ ଆତ୍ମସାତ କରିବାକୁ ଚେଷ୍ଟା କରୁଛନ୍ତି। ଭାରତୀୟ ନାଗରିକତା ପାଇଁ ଅବେଦନ କରିବା ସହ ସେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି।ଏହି ପ୍ରେମ କାହାଣୀ ଏବେ ସମସ୍ତଙ୍କ ମନକୁ ଛୁଇଁଯାଇଛି। ତେବେ ଭବିଷ୍ୟତରେ ଏହି ସମ୍ପର୍କ କେତେ ଦୂର ଯିବ, ଓଡ଼ିଆ ସଂସ୍କୃତି ସହ ବିଦେଶିନୀଙ୍କ ଏହି ଯୋଗ କେମିତି ଗଢ଼ିଉଠିବ, ପ୍ରେମ ପାଇଁ ଭୂଲି ଯାଇଛନ୍ତି ନିଜ ଦେଶର ଖାଦ୍ୟ ଓ ଅପଣାଇଛନ୍ତି ଓଡିଶା ଖାଦ୍ୟ

Leave a Reply

Your email address will not be published. Required fields are marked *

error: Content is protected !!