ଏନଟିପିସି ଦର୍ଲିପାଲି ତରଫରୁ ଇଥିକାଲ ରିପୋର୍ଟିଂ ଉପରେ କର୍ମଶାଳା ଅନୁଷ୍ଠିତ l

ମାର୍ଚ୍ଚ ୨୮ ତାରିଖ ଶନିବାର ଏନଟିପିସି ଦର୍ଲିପାଲି ପ୍ରଶାସନିକ ଭବନ କଳିଙ୍ଗ ପ୍ରେକ୍ଷାଗୃହ ପରିସରରେ ଚତୁର୍ଥ ସ୍ତମ୍ଭଙ୍କ ପାଇଁ ଏକ ଓରିଏଣ୍ଟେସନ ପ୍ରୋଗ୍ରାମ କରିଥିଲେ । ଇଥିକାଲ ରିପୋର୍ଟିଙ୍ଗ ଉପରେ ଏକ ଦିନିକିଆ କର୍ମଶାଳା ଆୟୋଜନ କରି ସମସ୍ତ ଗଣ ମାଧ୍ୟମ ପ୍ରତିନିଧିଙ୍କ ପ୍ରିୟ ଭାଜନ ହୋଇଛି। ଏହି କର୍ମଶାଳାର ରିସୋର୍ସ ପର୍ସନ ଭାବେ ମିଡ଼ିଆ ଏକ୍ସପର୍ଟ ଶିଶିର ସିହ୍ନା ଯୋଗ ଦେଇ ଉପସ୍ଥିତ ସମସ୍ତ ମିଡ଼ିଆ ପର୍ସନଙ୍କ ସହିତ ବର୍ତ୍ତମାନର ମିଡ଼ିଆ ଜଗତ ରେ ହୋଇଥିବା ପରିବର୍ତ୍ତନ, ମିଡ଼ିଆର ସ୍ଥିତି ଓ ଲୋକଙ୍କ ଭରଷା କେତେ ସେ ନେଇ ବାସ୍ତବ ଚିତ୍ରର ମୂଲ୍ୟାୟନ କରିଥିଲେ। ଯେଉଁ ମାନେ ଏହି ଜଗତରେ ପାଦ ଦେଇଛନ୍ତି ବା ରିପୋର୍ଟିଂ କରିଛନ୍ତି ତାଙ୍କ ପାଇଁ ଏକ ନିର୍ଦିଷ୍ଟ ମାପକ ଅଛି। ତାକୁ ପାଥେୟ କରି ସମ୍ବାଦ ପ୍ରଚାର ଓ ପ୍ରସାର କଲେ ତାହା ଜନ କଲ୍ୟାଣରେ ଆସିବ ଏବଂ ଏକ ସୁସ୍ଥ ତଥା ପ୍ରଗତି ଶୀଳ ବାତାବରଣ ସୃଷ୍ଟି ହେବ। ତେବେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଆଇପିଆର ବା ଅନ୍ତର୍ଜାତୀୟ ପ୍ରେସ ନିୟମକୁ କାର୍ଯ୍ୟରେ ଲଗାଇବା ଉଚିତ। ତେବେ ଏହି ଶିବିରରେ ସୁନ୍ଦରଗଡ ଜିଲ୍ଲା ଏବଂ ଝାରସୁଗୁଡ଼ା ଜିଲ୍ଲାର ପ୍ରତିନିଧି ମାନେ ଅଂଶ ଗ୍ରହଣ କରିଥିଲେ। ଏହି ଶିବିରକୁ ଅଧିକ ରୁଧିମନ୍ତ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉତ୍ସାହିତ କରିବା ନେଇ ଏନଟିପିସି ଦର୍ଲିପାଲି ପ୍ରକଳ୍ପ ମୁଖ୍ୟ Inst ତୟାବ, ଏଜିଏମ ରବିନ୍ଦ୍ର ଶର୍ମା, ଏଚ ଆର ମୁଖ୍ୟ ସଂଜୀବ କୁମାର ମିଂଜ଼ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!