ପବିତ୍ର ରାମ ନବମୀ ଅବସରରେ ବିଶାଳ ଶୋଭାଯାତ୍ରା

ପୁରୀ ଜିଲ୍ଲାର ସାକ୍ଷୀଗୋପିନାଥ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଶ୍ରାରାମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସତ୍ୟବାଦୀ ମହୋତ୍ସବ କମିଟି ଓ ଶ୍ରୀରାମ ଜନ୍ମ ମହୋତ୍ସବ ଅନୁଷ୍ଠାନ ଆନୁକୂଲ୍ୟରେ ସତ୍ୟବାଦୀ ବ୍ଳକ ଛକ ନିକଟସ୍ଥ ବାଟ ମହାବୀର ମନ୍ଦିର ଠାରୁ ସାକ୍ଷୀଗୋପିନାଥ ରାମ ମନ୍ଦିର ପର୍ଯ୍ୟନ୍ତ ଏହି ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରାରେ ପାରମ୍ପରିକ ଗୋଟିପୁଅ ନୃତ୍ୟ, ନାଗା ନୃତ୍ୟ, ସଂକୀର୍ତନ ମଣ୍ଡଳୀ ଓ ରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନ ବେଶରେ କୁନି ପିଲାମାନେ ଶୋଭାଯାତ୍ରାର ଶୋଭା ବର୍ଦ୍ଧନ କରିଥିଲେ। ସତ୍ୟବାଦୀ ମହୋତ୍ସବ କମିଟିର ସଭାପତି ଓମପ୍ରକାଶ ମିଶ୍ର, ସମ୍ପାଦକ ଦୀପକ ଶତପଥୀ, ଯୁଗ୍ମ ସମ୍ପାଦକ ଭବାନୀ ଶଙ୍କର ନନ୍ଦ, ସଂଯୋଜକ ଜାନକୀ ବଲ୍ଲଭ ବରାଳ, କୋଷାଧକ୍ଷ ପ୍ରିୟରଞ୍ଜନଙ୍କ ସମେତ ଶତାଧିକ ଯୁବକ ଓ ମହିଳା ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଜୟ ଶ୍ରୀରାମ ନାରାରେ ଗୁଞ୍ଜରିତ ହୋଇଥିଲା ସମଗ୍ର ଅଞ୍ଚଳ। ଏହି ଅବସରରେ ଶ୍ରୀରାମ ମନ୍ଦିର ନିକଟରେ ରାମଚନ୍ଦ୍ରଙ୍କ ଆଳତୀ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡଃ ସମ୍ବିତ ପାତ୍ର ସାଂସଦ ପୁରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଯୋଗଦେଇ ଶ୍ରୀ ରାମ ଜନ୍ମ ମହୋତ୍ସବ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନୁଷ୍ଠାନର ସଭାପତି ସତ୍ୟବାଦୀ ଦାଶ ଓ ସମ୍ପାଦକ ଶ୍ରୀ ବାଳକୃଷ୍ଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଆରାଧନା ଭଜନ ସନ୍ଧ୍ୟାର
କଣ୍ଠଶିଳ୍ପୀ ସୌଭାଗ୍ୟ ପ୍ରହରାଜ, ଚିତ୍ତରଞ୍ଜନ ସାମନ୍ତରାୟ, କାଜଲ , ଦେବସ୍ମିତା ହୋତା ପ୍ରମୁଖ ଭଜନ ପରିବେଷଣ କରିଥିଲେ । ଏହି ଅବସରରେ ସାକ୍ଷୀଗୋପିନାଥ ମନ୍ଦିରର ରୋଷଘରର ନବୀକରଣ ପାଇଁ ବିଧାୟକ ଓମ ପ୍ରକାଶ ମିଶ୍ର ନଡ଼ିଆ ବାଡେଇ ଶିଳାନ୍ୟାସ କରିଥିଲେ। ସେଠାରେ ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁପ୍ରିୟା ବରାଳ, ସଭ୍ୟ ରତିକାନ୍ତ ମିଶ୍ର ମନ୍ଦିର ର ସେବାୟତମାନେ ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ବିଶ୍ଵନାଥ ମହାପାତ୍ର, ଜିତେନ୍ ମହାପାତ୍ର, ରାମ ଚନ୍ଦ୍ର ନନ୍ଦ, ଡଃ ତପସ୍ଵିନୀ ଦାସ, ଅମିୟ ପ୍ରଧାନ, ସୁଶାନ୍ତ ରଥ । ପଥମ ସଂଧ୍ୟାରେ ଅତିଥି ଭାବେ ତହସିଲଦାର, ସତ୍ୟବାଦୀ ଶ୍ରୀ ସନ୍ତୋଷ କୁମାର ପାଣିଗ୍ରାହୀ , ସତ୍ୟବାଦୀ ଥାନା ଭାରପ୍ରାପ୍ତ ଅଧିକାରୀ ସୌମ୍ୟରଂଜନ ମହାଲିକ୍ , ଅତିରିକ୍ତ ତହସିଲଦାର ଓମ୍ ପ୍ରକାଶ ପରିଡା ଅତିଥି ଭାବେ ଯୋଗ ଦେଇ ପ୍ରଥମ ସଂଧ୍ୟା କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ କରି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!