ଏଆଇସିସି ସଙ୍ଗଠନ ସମ୍ପାଦକଙ୍କ ଜାଲି ଦସ୍ତଖତ ବ୍ୟବହାର ଓ ସାମାଜିକ ଗଣମାଧ୍ୟମରେ ଅପ୍ରଚାର ବିରୋଧରେ ପିସିସିର ସାଇବର ଥାନାରେ ଏତଲା |

ଏଆଇସିସି ସଙ୍ଗଠନ ସମ୍ପାଦକ ସାଂସଦ କେସି ବେଣୁଗୋପାଳଙ୍କ ମିଥ୍ୟା ଦସ୍ତଖତ ଚିଠି ସାମାଜିକ ଗଣମାଧ୍ୟମରେ ଅପ୍ରଚାରକୁ ନେଇ ଓଡିଶା ପ୍ରଦେଶ କଂଗ୍ରେସର ଏକ ଦଳ ଆଜି ସାଇବର ଥାନାରେ ଏତଲା ଦାୟର କରିଛନ୍ତି l
ସଂଗଠନ ସମ୍ପାଦକଙ୍କ ମିଥ୍ୟା ଦସ୍ତଖତରେ ଏଆଇସିସି ପ୍ୟାଡ଼ ବ୍ୟବହାର କରି ପିସିସି ସଭାପତି ପଦ ଗାରିମାକୁ କଳୁଷିତ କରିବା ଭଳି ଏକ ଚିଠି କିଛିଦିନ ହେଲା ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଘୁରି ବୁଲୁଛି ଯାହା ସମ୍ପୂର୍ଣ ବେଆଇନ ଏବଂ ଧର୍ତ୍ତବ୍ୟ ଅପରାଧ ତଥା ସମାଜ ପାଇଁ ମଧ୍ୟ ଏକ ବଡ଼ ବିପଦ ଅଟେ l
ତେଣୁ ଏହି ଧର୍ତ୍ତବ୍ୟ ଅପରାଧରେ ଜଡିତ ଥିବା ଅପରାଧୀଙ୍କୁ ଅତିଶୀଘ୍ର ଗିରଫ ଏବଂ ଦଣ୍ଡ ବିଧାନ କରାଯାଉ ବୋଲି ପ୍ରଦେଶ କଂଗ୍ରେସ କମିଟି ଦାବୀ କରିବା ସହ ଭିଏସଏସ ନଗରସ୍ଥିତ ସାଇବର ଥାନାରେ ଏତଲା ଦାୟର କରିଛି l
ଏହି ଏତଲା ଦାୟର ଦଳରେ ସନ୍ତୋଷ ସିଂ ସାଲୁଜା, ଡଃ ଲଲାଟେନ୍ଦୁ ମହାପାତ୍ର, ଅରବିନ୍ଦ ଦାସ, ବିଶ୍ୱଜିତ ମହାନ୍ତି, ଶୁଭେନ୍ଦୁ ମହାନ୍ତି, ସୁଦର୍ଶନ ଦାସ, ବିଶ୍ୱଜିତ ମହାନ୍ତି, ସନ୍ତୋଷ ପ୍ରଧାନ, ପ୍ରଦୀପ୍ତ ଦାସ, ମନୋରଞ୍ଜନ ଦାଶ, ପ୍ରକାଶ ମିଶ୍ର, ତରୁଣ ମିଶ୍ର, ହିମାଂଶୁ ଲେଙ୍କା, ମାହେପାରା ନିଖଟ, ପ୍ରତାପ ମଲ୍ଲିକ, ସର୍ବଜିତ ଦାସ, ସୁକାନ୍ତ ନନ୍ଦ ପ୍ରମୁଖ ଭାଗ ନେଇଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!