ଲାଖବହାଲି ଠାରେ ମାଁ ଠାକୁରାଣୀଙ୍କ ଝାମୁଯାତ୍ରା ସମ୍ପନ୍ନ |

ଲାଞ୍ଜିଗଡ଼, ୧/୪: କଳାହାଣ୍ଡି ଜିଲ୍ଲା ବ୍ଲକ ଲାଖବାହାଲି ପଞ୍ଚାୟତ ସ୍ଥିତ ଲାଖବହାଲି ଠାରେ ମାଁ ଠାକୁରାଣୀ ଙ୍କ ଝାମୁଯାତ୍ରା ପାରମ୍ପରିକ ରୀତିନୀତି ଅନୁସାରେ ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପ୍ରାଚୀନ ଧର୍ମଧାରାର ପ୍ରତୀକ ମାଁ ଠାକୁରାଣୀଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ମାଁ ଠାକୁରାଣୀଙ୍କ ପୀଠ ଏନେଇ ଉତ୍ସବ ମୁଖର ହୋଇଉଠିଛି। ପ୍ରଥମେ ଗାଁରୁ ବିଭିନ୍ନ ପ୍ରକାର ଶସ୍ୟ ଧାନ, ବିରି,ମୁଗ, କୋଲତ, ମକା, ସଂଗ୍ରହ କରି ନୂଆଁ ବାଉଁଶରେ ସାତଟି ଚାଙ୍ଗୁଡ଼ି ତିଆରି କରି ଚାଙ୍ଗୁଡ଼ିରେ ନିକଟସ୍ଥ ଖଣ୍ଡାଧୁଆ ନଦୀରୁ ବାଲି କଢାଯାଇଥିଲା l ପରେ ୭ଟି ନୂଆଁ ଚାଙ୍ଗଡିରେ ଗାଁରୁ ସଂଗୃହିତ ବିଭିନ୍ନ ପ୍ରକାର ବିହନକୁ ଗଜା ହେବାପାଇଁ ବାଲି ଚାଙ୍ଗୁଡ଼ିରେ ପକାଯାଇଥିଲା। ସେହି ବାଲି ଗଜାକୁ ସାତଦିନ ପର୍ଯ୍ୟନ୍ତ ରିନିନୀତି ଅନୁସାରେ ମନ୍ଦିର ପୂଜକ ପୂଜାର୍ଚ୍ଚନା କରିଥିଲେ ଓ ନିକଟସ୍ଥ ଶୁଣେଶରୁ ଜଙ୍ଗଲକୁ ଯାଇ ବେଲକଣ୍ଟା ଆଣି ପୂଜକ ମାନେ ବେଲକଣ୍ଟାରେ ଝାମେର ଦୋଲି ପ୍ରସ୍ତୁତ କରିଥିଲେ l ଯାତ୍ରା ଦିନ ବେଲକଣ୍ଟା ଦୋଳିରେ ବସି ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଳେ ଡହଡ଼ହ ତତଲା ନିଆଁରେ କାଳିସୀ ଚାଲିବା ସହ ନିଜର ଶକ୍ତିର ପରିଚୟ ଦେଇଥିଲେ। ଏହାପରେ ମାନସିକ କରିଥିବା ଭକ୍ତ ମାନେ ମାନସିକ ଅନୁଯାୟୀ ଛେଳି,କୁକୁଡ଼ା ଓ ପାରା ବଳି ଦେଇଥିଲେ। ମାଁ ଠାକୁରାଣୀଙ୍କ ମୁଖ୍ୟ ପୂଜକ ରାମ ଚନ୍ଦ୍ର ନାଏକ,ବାହୁକ ଅଭିରାମ ନାଏକ,ରୋଶନ ମାଝୀ,ମାଁ ଠାକୁରାଣୀ ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟ ସୁରେଶ ନାଏକ, ଶିବରାମ କରକରିଆ, ସାନ ବାବୁ ମାଝୀ, ନିବାସୀ ନାଏକ, ସୁଶାନ୍ତ ନିଆଲ, ସୁନ୍ଦର ନିଆଲ, ଗୋରାଙ୍ଗ ଛତ୍ରୀୟା, କନେଇ ତାଣ୍ଡି,କାଳିଆ ମାଝୀ, ଜମା ମାଝୀ ଲକ୍ଷ୍ମଣ ମାଝୀ,ସମେତ ଗ୍ରାମବାସି ମାନେ ଏହି ଯାତ୍ରାରେ ସହଯୋଗ କରିଥିଲେ I ମାଁ ଠାକୁରାଣୀଙ୍କ ଝାମୁ ଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିବା ବେଳେ ଏହି ଯାତ୍ରା ଦେଖିବା ପାଇଁ ଦୂରଦୂରାନ୍ତରୁ ହଜାର ହଜାର ସଂଖ୍ୟାରେ ଯୋଗଦେଇ ମାଙ୍କ ଆଶୀର୍ବାଦ ନେଇଥିଲେ I

(କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ୍ରୁ ରମେଶ ଚନ୍ଦ୍ର ନାୟକଙ୍କ ରିପୋର୍ଟ)

Leave a Reply

Your email address will not be published. Required fields are marked *

error: Content is protected !!