ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଢୁଆଁରେ ମା ବାସନ୍ତି ପୂଜା ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହେଉଛି। ପୂଜାକୁ ନେଇ ଅଞ୍ଚଳରେ ଦେଖାଦେଇଛି ଆଧ୍ୟାତ୍ମିକ ମାହୋଲ ଓ ଭକ୍ତମାନଙ୍କର ଭିଡ଼। ରଙ୍ଗ ବେରଙ୍ଗ ରେ ରଙ୍ଗୀନ ହୋଇଛି ପୁଜା ମଣ୍ଡପ,ଏହି ପୂଜା ୨୪ ମାର୍ଚ୍ଚରୁ ଆରମ୍ଭ ହୋଇ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଟିତ ହୋଇଛି।ପାଞ୍ଚଦିନ ଧରି ମହାସପ୍ତମୀ, ମହାଷ୍ଟମୀ, ଶ୍ରୀରାମନବମୀ ଓ ଦଶହରା ପର୍ବ ଉତ୍ସାହର ସହିତ ପାଳନ କରାଯାଇଛି। ଏହି ଅବସରରେ ସସ୍କୃତିକ କାର୍ଯକ୍ରମ ଅନୁଷ୍ଟିତ ହୋଇଛି।ପଢୁଆଁ ମା ବାସନ୍ତୀ ପୂଜା କମିଟିର ସଭାପତି ସୁରେଶ ଚନ୍ଦ୍ର ତ୍ରିପାଠୀ ,ସଂପାଦକ ଶ୍ରୀଯୁକ୍ତ ଅନିରୋଧ ତ୍ରିପାଠୀ, ରମାକାନ୍ତ ତ୍ରିପାଠୀ, ସୁଶାନ୍ତ କୁମାର ତ୍ରିପାଠୀ, ବ୍ରହ୍ମାଦ ମିଶ୍ର, ପ୍ରଭାକର ଦାସ, ଙ୍କ ସମେତ ମା ବାସନ୍ତୀ ପୂଜା କମିଟିର ସମସ୍ତ ସଦସ୍ୟ ସଫଳ କରିବାରେ ସହଯୋଗ କରୁଥିଲେ।ଏହି ପୂଜାକୁ ଦେଖିବା ପାଇଁ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରୁ ବହୁ ସଂଖ୍ୟକ ଭକ୍ତମାନେ ଆସୁଥିବା ଦେଖାଯାଇଛି।
