କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ: ୯୦ ମୃତ |

ଉତ୍ତର ଚୀନ୍‌ର ଏକ କୋଇଲା ଖଣିରେ ଗ୍ୟାସ୍ ବିସ୍ଫୋରଣ ହୋଇ ଅତି କମରେ ୯୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ଚୀନ୍ ର ସରକାରୀ ନ୍ୟୁଜ ଏଜେନ୍ସି ଜିନହୁଆ ଅନୁଯାୟୀ , ଶୁକ୍ରବାର ସନ୍ଧ୍ୟା ୭:୨୯ ରେ ଶାଂସି ପ୍ରଦେଶର ଲିଉସେନ୍ୟୁ କୋଇଲା ଖଣିରେ ବିସ୍ଫୋରଣ ଘଟିଥିଲା। ସେହି ସମୟରେ ମୋଟ ୨୪୭ ଜଣ ଶ୍ରମିକ ଭୂତଳରେ ଥିଲେ। ଏଥିରେ ଅତି କମରେ ୮୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଏପର୍ଯ୍ୟନ୍ତ ସୁଦ୍ଧା ୯ ଜଣଙ୍କର ପତ୍ତା ମିଳୁନି। ୧୦୦ରୁ ଅଧିକ ଲୋକଙ୍କୁ ହସ୍ପିଟାଲକୁ ନିଆଗଲାଣି। ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଉଦ୍ଧାରକାର୍ଯ୍ୟରେ ଶତାଧିକ ଉଦ୍ଧାରକାରୀ ଟିମ୍ ନିୟୋଜିତ ଅଛନ୍ତି।

ଆହତଙ୍କ ଚିକିତ୍ସା ପାଇଁ ସର୍ବୋତ୍ତମ ପ୍ରୟାସ କରିବାକୁ ରାଷ୍ଟ୍ରପତି ସି ଜିନପିଙ୍ଗ ଅନୁରୋଧ କରିଛନ୍ତି ଏବଂ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!