ଲୋକଙ୍କୁ ସଚେତନ କରିବା ସହିତ ଜାଗି ଉଠିବା ପାଇଁ ମୋହନାଠାରେ ପ୍ରାକୃତିକ ସମ୍ପଦ ସୁରକ୍ଷା ପାଇଁ ଲୋକ ଅଧିକାର ଯାତ୍ରାର ସଦସ୍ୟମାନେ ପଦଯାତ୍ରାରେ ଆସି ପହଞ୍ଚିଥିଲେ।
ଗତ ଫେବୃଆରୀ ମାସ ୨୫ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପନ୍ଦରଟି ଜିଲ୍ଲାରେ ପଦଯାତ୍ରା କରି ପ୍ରଚାର କରିବା ସହ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବୁଧବାର ଅପରାହ୍ନରେ ଗଜପତି ଜିଲ୍ଲା ମୋହନା ବ୍ଲକରେ ପହଁଚିଛି। ଲୋକଶକ୍ତି ଅଭିଯାନର ମୁଖ୍ୟ ବିଶିଷ୍ଠ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟଙ୍କ ନେତୃତ୍ୱରେ ଚାଲିଥିବା ସଚେତନତା ଯାତ୍ରାରେ
ଏନଏପିଏମ, ସେଣ୍ଟର ଫର
କ୍ଲାଇମେଟ ଜଷ୍ଟିସ ସଂଗଠନ ନେତୃତ୍ୱରେ ଚାଲିଥିବା ଦେଖିବାକୁ ମିଳିଛି। ଏହି ସଂଗଠନ ରାଜ୍ୟ ସାରା ବୁଲି ବୁଲି, ଜଳ,ଜଙ୍ଗଲ, ଜମି ଓ ଜୀବିକାର ସୁରକ୍ଷା ସହିତ ବଞ୍ଚିବାର ଅଧିକାର ଏବଂ ଏକ ବିକଳ୍ପ ବିକାଶ ଧାରା ପାଇଁ ଆହ୍ୱାନ ଦେଉଥିବା ଦେଖିବାକୁ ମିଳିଛି।ଆଜିର ଏହି ଯାତ୍ରାରେ ପ୍ରଫୁଲ୍ଲ ସାମନ୍ତରାୟ, ଲିଙ୍ଗରାଜ, ଡ. ବିଶ୍ୱଜିତ, ନରେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ବହୁ ସମର୍ଥକ ପଦଯାତ୍ରାରେ ସାମିଲ ଥିଲେ। ଏହି ଯାତ୍ରାର ଉଦ୍ଦେଶ୍ୟ ଥିଲା ବିକାଶ ନାମରେ ଜଳ, ଜମି, ଜଙ୍ଗଲକୁ ଶେଷ କରି ଦିଆନଯିବା,ଗଣତାନ୍ତୀକ ଆନ୍ଦୋଳନ ଉପରେ ରାଷ୍ଟ୍ର ଦମନ ବନ୍ଦ ହେଉ, ସମସ୍ତଙ୍କ ପାଇଁ ସମାନ ତଥା ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ନିଶ୍ଚିତ କରାଯିବା, କ୍ଷୁଦ୍ର , ମଧ୍ୟମ ଓ କୁଟୀର ଶିଳ୍ପ ଜରିଆରେ ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା, ରାଜ୍ୟକୁ ପ୍ରଦୂଷଣମୁକ୍ତ କରିବା ଓ ଆଦିବାସୀ-ଦଳିତଙ୍କ ପାଇଁ ଥିବା ସାମ୍ବିଧାନିକ ଅଧିକାରକୁ କାର୍ଯ୍ୟକାରୀ କରିବା।୨୯ ମାର୍ଚ୍ଚରେ ଏହି ସଚେତନତା ମୂଳକ ପଦଯାତ୍ରା ଭୁବନେଶ୍ଵରରେ ଶେଷ ହେବ ବୋଲି ଶ୍ରୀ ସାମନ୍ତରାୟ ସୂଚ଼ନା ଦେଇଛନ୍ତି।
