ଶୁକ୍ରବାର ଦିନ ପୁରୀଜିଲ୍ଲା ପିପିଲି ବ୍ଲକ ଅଧୀନ ରୂପଦେଇପୁର ଗ୍ରାମରେ ଦ୍ଵିତୀୟ ରୂପଦେଇପୁର 2026 ଅନୁଷ୍ଠାନିକ ଭାବରେ ଉଦଘାଟନ ହୋଇଅଛି. ଏଥିରେ ମୁଖ୍ୟ ଅତିଥି ଭାବରେ ପୁରୀ କ୍ଷେତ୍ର ମାନ୍ୟବର ସାଂସଦ ଡ଼. ସମ୍ବିତ ପାତ୍ର ଯୋଗ ହେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ପିପିଲି- ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗ ଦେଇ ଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ବିଧାୟକ ଓଁମ ପ୍ରକାଶ ମିଶ୍ର.ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ଜଗତସିଂହପୁର ଜୟନ୍ତ କୁମାର ରାୟ.ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବାଶିଷ ମିଶ୍ର. ସ୍ଥାନୀୟ ସରପଞ୍ଚ ରୀନା ମିଶ୍ର.ପାରାଦୀପ ଫସପୋର୍ଟ ଫାର୍ମାର ଜି ଏମ ଦିଲ୍ଲୀପ କୁମାର ପଟ୍ଟନାୟକ.ଅବସର ପ୍ରାପ୍ତ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ସାହୁ. ରୂପଦେଇ ପୁର ମହୋତ୍ସବ କମିଟିର ସଭାପତି ସୁଶାନ୍ତ କୁମାର ସାହୁ. ସମ୍ପାଦକ ଦେବରାଜ ମହାରଣା ଉପସ୍ଥିତ ରହି ଥିଲେ.ଉଦଘାଟନ ଉତ୍ସବରେ ସର୍ବ ପ୍ରଥମେ ଜଗନ୍ନାଥଙ୍କ ପ୍ରତିମୃତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ପ୍ରଦୀପ ପ୍ରଜ୍ବଳନ କରି ଥିଲେ. ପରେ ପରେ ଉକ୍ତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତାମାନେ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ରୂପଦେଇପୁର ମହୋତ୍ସବ ଉଦେଶ୍ୟରେ ଅଭିଭାଷଣ ପ୍ରଦାନ କରି ଥିବା ବେଳେ ରୂପଦେଇପୁର ଗ୍ରାମର ବିଭିନ୍ନ କାର୍ଯ୍ୟକ୍ରମ ଓ ପରମ୍ପରା ପ୍ରତି ପ୍ରଶଂସା କରି ଏହି କାର୍ଯ୍ୟକ୍ରମ ବହୁ ଆନନ୍ଦ ଉଲ୍ଲାସ ମାଧ୍ୟମରେ ଯୁବକ ମାନେ ମିଳିତ ଭାବରେ ମନଭାବ ବଳାଇ କାର୍ଯ୍ୟ କରୁ ଥିବାରୁ ଆଗାମୀ ଦିନରେ ଏହି ଅନୁଷ୍ଠାନ ଆଗକୁ ଆଗକୁ ପ୍ରଦାର୍ପଣ କରୁ ବୋଲି ଭାଷଣ ମାଧ୍ୟମରେ ଉଦବୋଧନ ଦେଇ ଥିଲେ.ଏହି ମହୋତ୍ସବରେ ଅଞ୍ଚଳର ଜନସାଧାରଣ ମାନଙ୍କର ଭିଡ଼ ଜମି ଥିବା ବେଳେ ବଳଙ୍ଗା ଥାନା ଆଇଆଇସି ସସ୍ମିତା ସାହୁ ନିଜେ ଉପସ୍ଥିତ ରହିବା ଶହ ତାଙ୍କ ଥାନା କର୍ମଚାରୀ ମାନଙ୍କୁ ନେଇ ନିୟନ୍ତ୍ରଣ ରଖି ଥିଲେ. ସର୍ବ ଶେଷରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ପ୍ରକାର ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ଜନସାଧାରଣ ମାନଙ୍କ ମନ ମୋହିତ କରି ଥିଲା.ଏହି କାର୍ଯ୍ୟକ୍ରମକୁ ଗୋପବନ୍ଧୁ ଯୁବ ବିକାଶ ପରିଷଦ ଓ ଗ୍ରାମବାସୀ ମାନଙ୍କ ଦ୍ୱାରା ଆୟୋଜନ କରାଯାଇଛି
